ଚଳିତବର୍ଷ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ। ନୂଆଦିଲ୍ଲୀରେ ଦିନ ୧୨ଟା ୩୦ରେ ଏହି ପ୍ରେସମିଟ୍ କରାଯିବ । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପଠାଯାଇଛି। ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ପରେ ଗଣତି ପୂର୍ବରୁ କମିଶନଙ୍କ ପକ୍ଷରୁ ପ୍ରେସମିଟ୍ କରାଯାଉଛି ।

ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ, ୨୦୨୪ର ସାଧାରଣ ନିର୍ବାଚନ ଉପରେ ଭାରତର ନିର୍ବାଚନ ଆୟୋଗର ସାମ୍ବାଦିକ ସମ୍ମିଳନୀ। ଦେଶର ନିର୍ବାଚନ ଇତିହାସରେ ଏହା ବୋଧହୁଏ ପ୍ରଥମ ଥର ହେବ ଯେ ନିର୍ବାଚନ ଶେଷ ହେବା ପରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି।

ଏପ୍ରିଲ ୧୯ରୁ ଆରମ୍ଭ ହୋଇଥିବା ୭ଟି ପର୍ଯ୍ୟାୟ ମତଦାନ ଜୁନ ୧ରେ ଶେଷ ହୋଇଥିଲା । ଆସନ୍ତାକାଲି ଭୋଟ ଗଣତି ହେବ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସାରା ଦେଶରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *