ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣେ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୬ର କୁ ବୃଦ୍ଧି ହୋଇଛି। ଆଜି ଚିକିତ୍ସାଧୀନ ଥିବା ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୧ ଗୁରୁତର ଆହତଙ୍କ ଚାଲିଛି ଚିକିତ୍ସା । ସେପଟେ ସର୍କିଟ ହାଉସରେ ଏସଆରସିଙ୍କ ଦ୍ବିତୀୟ ତଦନ୍ତ ବୈଠକ । ବୈଠକରେ ପୋଲିସ ପ୍ରଶାସନ, ପୀଡ଼ିତ ପରିବାରର ୨ ଜଣ ଉପସ୍ଥିତ ଅଛନ୍ତି । ତଦନ୍ତ ବେଳେ ବ୍ୟକ୍ତିଗତ ମତାମତ ନେଉଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ସୂଚନା ଅନୁସାରେ, ଗତ ମେ ୨୯ ତାରିଖ ରାତିରେ ପୁରୀରେ ନରେନ୍ଦ୍ର ପୁଷ୍କରିଣୀ ମହାପ୍ରଭୁଙ୍କ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟିଥିଲା। ବାଣର ନିଆଁ ଝୁଲ ବାଣ ଗଦା ଉପରେ ପଡ଼ିବାରୁ ସେଥିରେ ହଠାତ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ପ୍ରାୟ ୪୦ ଜଣ ଭକ୍ତ ଆହତ ହୋଇଥିଲେ। ତେଣୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଅନେକ ଲୋକ ବର୍ତ୍ତମାନ ଆହତ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *