ବିଧାନସଭା ଫଳାଫଳ ପ୍ରକାଶ ପାଇବାର ତିନି ଦିନ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଦଳ ବୈଠକ ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେବ। ସାଧାରଣ ନିର୍ବାଚନ-୨୦୨୪ରେ ନବନିର୍ବାଚିତ ୭୮ ବିଧାୟକମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ନିର୍ବାଚିତ ବିଧାୟକମାନେ ନେତା ବାଛିବେ। କେନ୍ଦ୍ରରୁ ଅନୁମୋଦିତ ହୋଇଥିବା ମୁଖ୍ୟମନ୍ତ୍ରୀ ନାଁ ଉପରେ ବିଧାୟକ ଦଳ ବୈଠକରେ ଚୂଡାନ୍ତ ସହମତି ଦେଇ ମୁଖ୍ୟମନ୍ତ୍ରୀ ବାଛିବେ। ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ବିଧାୟକ ରବି ନାୟକ।

 

ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାତେଇଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନେକ ଚେହେରା ଉପରେ ନଜର ରହିଛି। ତେବେ ବିଧାୟକ ବୈଠକରେ ଏନେଇ ଘୋଷଣା ହୋଇପାରେ। ବର୍ତମାନ ସମସ୍ତଙ୍କର ନଜର ଭାଜପାର ସଂସଦୀୟ ଦଳ ବୈଠକ ଉପରେ ରହିଛି।ସଂସଦୀୟ ଦଳ ବୈଠକ ନିଷ୍ପତି ଅନୁସାରେ ବିଧାୟକ ଦଳର ବୈଠକ ସମୟସୀମା ଧାର୍ଯ୍ୟ ହୋଇପାରେ କରାଯାଇପାରେ। ଯେଉଁଠି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ନାମରେ ମୋହର ଲାଗିବ।

 

 

 

By SonaliP

Leave a Reply

Your email address will not be published. Required fields are marked *