ସରକାର ଗଠନ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିମନ୍ତ୍ରଣ କରିବା ପରେ ଆସନ୍ତା ୯ ତାରିଖ ଅର୍ଥାତ ରବିବାର ମୋଦି କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଆସନ୍ତା ୯ ତାରିଖ ସନ୍ଧ୍ୟା ୭ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ।

ଜବାହାରଲାଲ ନେହେରୁଙ୍କ ପରେ ପ୍ରଥମ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୋଦି କହିଛନ୍ତି “ରାଷ୍ଟ୍ରପତି ମୋତେ ଏବେ ଡାକିଥିଲେ ଓ ମୋତେ ପରବର୍ତ୍ତୀ ସରକାର ଗଠନ ହେବା ଯାଏ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାମ କରିବାକୁ କହିଛନ୍ତି।ସେ ମୋତେ ଶପଥ ସମାରୋହ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଆମେ ଜୁନ ୯ ତାରିଖ ସନ୍ଧ୍ୟାରେ ଶପଥପାଠ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଥିବା ମୁଁ ତାଙ୍କୁ ଜଣାଇଛି। ଏବେ ରାଷ୍ଟ୍ରପତି ଭବନ ପକ୍ଷରୁ ବାକି କାମ କରାଯିବ। ଶପଥ ପାଠ କାର୍ଯ୍ୟକ୍ରମ ପ୍ରସ୍ତୁତି ମଧ୍ୟରେ ଆମେ ରାଷ୍ଟ୍ରପତିଙ୍କୁ ମନ୍ତ୍ରିମଣ୍ଡଳର ତାଲିକା ପ୍ରଦାନ କରିବୁ। ଏହାପରେ ଶପଥପାଠ କାର୍ଯ୍ୟକ୍ରମ ଆୟୋଜନ ହେବ। ଆଜି ସକାଳେ ଏନଡିଏର ସବୁ ସହଯୋଗୀ ଦଳ ମୋତେ ପୁଣି ଥରେ ଏହି ପଦରେ କାମ କରିବାକୁ ଚୟନ କରିଥିଲେ।”

ସେ ଏହା ମଧ୍ୟ କହିଛନ୍ତି, “ଏନଡିଏ ସରକାର ପ୍ରଥମ, ଦ୍ୱିତୀୟ ଏବଂ ବର୍ତ୍ତମାନ ତୃତୀୟ … ଏହା ନିରନ୍ତରତା। ଆମେ ଦେଶକୁ ଆଗକୁ ବଢାଇବୁ … ମୋର ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ କରିବାର ଅଭିଜ୍ଞତା ଅଛି ଏବଂ ଏହି ଅଭିଜ୍ଞତାକୁ ଭଲ ଭାବରେ ବ୍ୟବହାର କରିବି।”

Leave a Reply

Your email address will not be published. Required fields are marked *