ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବଣ୍ଡା ଅନୁସୂଚିତ ଜନଜାତି ଯୁବନେତା ତଥା ପୂର୍ବତନ ବିଧାୟକ ଡମ୍ବରୁ ସିସା ଆଜି ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସିସା ନିଜର ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ଡମ୍ବରୁ ଅଭିଯୋଗ ଆଣିଛନ୍ତି ଯେ, ୨୦୧୪ ନିର୍ବାଚନରେ ସେ ବିଜୟୀ ହୋଇଥିଲେ ବି ୨୦୧୯ ସାଧାରଣ ନିର୍ବାଚନରେ ଅବହେଳାର ଶିକାର ହୋଇଥିଲେ। ନିର୍ବାଚନ ଲଢ଼ିବା ପାଇଁ ଦଳ ତାଙ୍କୁ ଟିକେଟ୍‌ ଦେଇ ନଥିଲା। ୨୦୨୪ରେ ସେ ବିଜେଡିରୁ ଟିକେଟ ପାଇବା ନେଇ ଆଶାବାଦୀ ଥିଲେ। ଡମ୍ବରୁ ୧୬ ବର୍ଷ ହେଲା ବିଜେଡି ପାଇଁ କାମ କରିଛନ୍ତି। କିନ୍ତୁ ବିଜେଡି ମାଧ୍ୟମରେ ଓଡ଼ିଶା ଓ ଚିତ୍ରକୋଣ୍ଡା ପାଇଁ ସେବା କରିବାକୁ ସୁଯୋଗ ପାଇପାରୁ ନାହାନ୍ତି। ତେଣୁ ସେ ଦଳ ଛାଡ଼ିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *