ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ନିଜର ତଥ୍ୟ ଅପଡେଟ୍ କରିବାକୁ ଓଡ଼ିଶା ମିଳିତ ପୋଲିସ ସେବା ଚୟନ ଆୟୋଗ (OUSSSC) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ଟାରୁ ଅକ୍ଟୋବର ୨୯ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ପ୍ରାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବସାଇଟ୍ ousssc.odisha.gov.inରେ ଲଗ୍ଇନ୍ କରି ନିଜର ତଥ୍ୟ ଅପଡେଟ୍ କରିପାରିବେ । ତଥ୍ୟର ବୈଧିକରଣ ପାଇଁ ଏହି ପ୍ରକ୍ରିୟା ଆବଶ୍ୟକ ବୋଲି ଆୟୋଗ ସ୍ପଷ୍ଟ କରିଛି । ବୈଧିକୃତ ତଥ୍ୟକୁ ପରବର୍ତ୍ତୀ ପରୀକ୍ଷା ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ । ତେଣୁ ସମସ୍ତ ଆବେଦନକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଆୟୋଗ ପକ୍ଷରୁ କୁହାଯାଇଛି । Post navigation Congress Slams New Odisha Governor: ନବନିଯୁକ୍ତ ରାଜ୍ୟପାଳଙ୍କ ଦଳୀୟ ମନ୍ତବ୍ୟକୁ ନେଇ ବିବାଦ; ବ୍ରଜମୋହନ ରାମଙ୍କୁ ସମାଲୋଚନା କଲା ଓଡ଼ିଶା କଂଗ୍ରେସ Air France Adopts Israeli Restrictions: फ्लाईदुबई घटना के बाद मुस्लिम क्रू मेंबर्स की बढ़ीं मुश्किलें, एयर फ्रांस ने मानी इजरायल की पाबंदियां