ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଡ୍ୟୁଟି ବେଳେ BLOଙ୍କ ମୃତ୍ୟୁ ହୋଇଛି। ଯାଜପୁର ବିଞ୍ଝାରପୁର ଫତେପୁରର ୧୫୭ ବୁଥରେ ଘଟିଛି ଏପରି ଅଘଟଣ। ଏଠି କାର୍ଯ୍ୟରତ BLO ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ଜଣା ପଡିଛି। ଛାତିରେ ଯନ୍ତ୍ରଣା ପରେ ବିଞ୍ଝାରପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ମନୋରଞ୍ଜନ। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି ତାଙ୍କ ପରିବାର ଲୋକ।

By Nirvay

Leave a Reply

Your email address will not be published. Required fields are marked *