ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଆଜି ଭୋଟ୍ ଦେଉଛି ସାରା ଓଡ଼ିଶା । ଭୋଟର୍ ମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଚାରିଆଡ଼େ ସଜା ହୋଇଛି ପୋଲିଂ ବୁଥ୍ । ସେହିପରି ଆଜି ଏକ ନିଆରା ଶୈଳୀରେ ପୁରୀ ଜିଲ୍ଲାର କାକଟପୁରରେ ଏକ ମତଦାନ କେନ୍ଦ୍ରକୁ ସତସତିକା ପାନ ବରଜରେ ସଜା ହୋଇଥିବାର ଦେଖା ଯାଉଛି, ଯାହାକି ଏଠାକାର ଭୋଟରଙ୍କୁ ଆକର୍ଷିତ କରୁଛି ।  ବୁଥକୁ ପାନ ଗଛରେ ସଜାସାଇଛି। ଏହି ବୁଥର ପ୍ରବେଶ ପଥରେ ପାନ ଗଛ ପୋତାଯାଇ ସୁନ୍ଦର ଭାବେ ସଜାଯାଇଛି। କାଳେ ପାନ ଗଛ ମରିଯିବ ସେଥିପାଇଁ ମଝିରେ ମଝିରେ ପାଣି ସିଞ୍ଚନ କରାଯାଉଛି।

ପାନ ବରଜ ଷ୍ଟାଇଲରେ ତିଆରି ହୋଇଥିବା ନିଆରା ପୋଲିଂ ବୁଥ ଦେଖି ସମସ୍ତଙ୍କ ମନରେ ଉତ୍ସବର ବାତାବରଣ ମଧ୍ୟରେ ଆରମ୍ଭ ହୋଇଛି ମତଦାନ ମହାଉତ୍ସବ ।

ଓଡିଶାର ଐତିହ୍ୟ ପରମ୍ପରାକୁ ପ୍ରତିପାଦନ କରାଯାଇଥିବା ଏହି ପୋଲିଂ ବୁଥ୍‌କୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି ଏବଂ କମିଶନ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହାର ଫଟୋ ସେୟାର କରିଛନ୍ତି।

 

 

Leave a Reply

Your email address will not be published. Required fields are marked *