ଭୁବନେଶ୍ୱର: ଆଜି ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ କେବଳ ମଧ୍ୟବିତକାଳିନ ବଜେଟ୍ ନୁହେଁ, ବରଂ ଏହା ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍ । ବିଗତ ୧୦ବର୍ଷ ଭିତରେ ବିକଶିତ ଭାରତର ସ୍ୱପ୍ନକୁ ଆଖି ଆଗରେ ରଖି ଓ ୨୦୪୭ ମସିହା ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଉପସ୍ଥାପିତ ହୋଇଥିବା ଏହି ବଜେଟ୍ ନିଶ୍ଚିତ ଭାବେ ସହାୟକ ହେବ । ଦେଶର ୪ଟି ବର୍ଗ ଯଥା ମହିଳା, ଯୁବବର୍ଗ, ଚାଷୀ ଓ ଗରିବଙ୍କ ଉତ୍‌ଥାନ ହେଲେ ଦେଶର ପ୍ରଗତି ହେବା ସୁନିଶ୍ଚିତ ଏବଂ ଏହି ବଜେଟ୍ ବିକଶିତ ଭାରତ ପାଇଁ ଗ୍ୟାରେଂଟି ।

ଆଜିର ବଜେଟରେ ବିକଶିତ ଭାରତର ଭିତିଭୂମି ନିର୍ମାଣ ପାଇଁ ୧୧ଲକ୍ଷ ୧୧ହଜାର ୧୧୧କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସହରରୁ ଗାଁ ସମସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ୫ବର୍ଷ ଭିତରେ ୪କୋଟିର ଆବାସ ଯୋଜନା ବ୍ୟବସ୍ଥା କରିଛନ୍ତି । ମୋଦି ସରକାର ଅମଳରେ ଦେଶର ୨୫କୋଟି ଲୋକଙ୍କ ଦାରିଦ୍ର‌୍ୟ ସୀମା ରେଖାରୁ ବାହାରିଛନ୍ତି । ସେହିପରି ଏସଏଚଜି ମାଧ୍ୟମରେ ୩ କୋଟି ମା’ଭଉଣୀମାନଙ୍କୁ ‘ଲକ୍ଷପତି ଦିଦି’ କରିବା ପାଇଁ ବଜେଟ୍‌ରେ ସ୍ଥାନ ଦିଆଯାଇଛି । ମଧ୍ୟବିତ ବର୍ଗଙ୍କୁ ଧ୍ୟାନ ଦିଆଯାଇ କୌଣସି ଟିକସ ବୃଦ୍ଧି କରାଯାଇନାହିଁ । ପିଏମ୍ ମତ୍ସ୍ୟସମ୍ପଦ ଯୋଜନାର ବିସ୍ତାର କରାଯାଇଛି । ଏହି ବଜେଟ୍‌ରେ ସାରା ଦେଶର ଆର୍ôଥକ ବିକାଶ ଦିଗରେ ଆତ୍ମନିର୍ଭରଶୀଳ ଏବଂ ସୁନିଶ୍ଚିତ କର୍ମନିଯୁକ୍ତି ପ୍ରତିଫଳିତ ହୋଇଛି । ‘ବିକଶିତ ଭାରତ ଆଡକୁ ଗୋଟିଏ ପାଦ ଅଗ୍ରସର’ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରମାରଞ୍ଜନ ବଳିୟାରସିଂହ, ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *