‘ନନ୍ଦିଘୋଷ ଟିଭି’ ବିରୋଧରେ ଭାରତୀୟ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେଲା ବିଜେପି। ରାଜ୍ୟରେ ଆହୁରି ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହୁଥିବା ବେଳେ ଏକଜିଟ୍ ପୋଲ୍ କରି ‘ନନ୍ଦିଘୋଷ ଟିଭି’ ନିର୍ବାଚନ ନିୟମର ଖୋଲା ଉଲ୍ଲଂଘନ କରିଛି ବୋଲି ବିଜେପିର ବରିଷ୍ଠ ନେତା ଓମ ପାଠକ ଆଣିଲେ ସାଙ୍ଘାତିକ ଅଭିଯୋଗ।

ଓମ ପାଠକ ଅଭିଯୋଗ କରିଛନ୍ତି ଯେ, ଏହି ଚ୍ୟାନେଲଟି ବିଜୁ ଜନତା ଦଳ (ବିଜେଡି) ର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ମାଲିକାନାରେ ଚାଲୁଛି। ଏକଜିଟ୍ ପୋଲ୍ ରିଲିଜ୍ କରିବାର ଉଦ୍ଦେଶ୍ୟ ହେଉଛି ବିଜେଡି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବା। ଏହି ଟିଭିରେ ପ୍ରସାରିତ ଏକଜିଟ୍ ପୋଲ୍ ଦର୍ଶାଉଛି ଯେ ବିଧାନସଭା ନିର୍ବାଚନରେ ବିଜେଡି ବିପୁଳ ବ୍ୟବଧାନରେ ଜିତୁଛି।

ବିଜେଡି ଗଣମାଧ୍ୟମର ଅପବ୍ୟବହାର କରି ସେମାନଙ୍କ ସପକ୍ଷରେ ଟ୍ରେଣ୍ଡ ପ୍ରଦର୍ଶନ କରି ନିର୍ବାଚନକୁ ପ୍ରଭାବିତ କରିଛି ବୋଲି ଓମ ପାଠକ ଅଭିଯୋଗ କରିଛନ୍ତି। ବିଧାନସଭା ଏବଂ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ୧ ଜୁନ୍ ୨୦୧୪ ରେ ଓଡିଶାରେ ଧାର୍ଯ୍ୟ କରାଯାଇଛି। ତେଣୁ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ‘ ଓପାନିୟନ ପୋଲ ଏବଂ ଏକଜିଟ୍ ପୋଲ୍’ ଉପରେ ପ୍ରତିବନ୍ଧକ ଏବଂ ବ୍ୟାନ କରାଯାଇଛି। ତେଣୁ ଏହି ନିୟମ ଉଲଂଘନ କରିଥିବାରୁ ଉଭୟ ବିଜେଡି ଓ ନନ୍ଦିଘୋଷ ଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଓମ ପାଠକ।

By Nirvay

Leave a Reply

Your email address will not be published. Required fields are marked *