ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ସଭାପତି ମନମୋହନ ସାମଲ ଏବଂ ସଂଗଠନ ମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ବୈଠକରେ ମନ୍ତ୍ରୀ ଓ ବିଧାୟକଙ୍କ ପ୍ରବାସ କାର୍ଯ୍ୟକ୍ରମ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଡିସେମ୍ବର ୧ ତାରିଖରୁ ୨୫ ତାରିଖ ଯାଏଁ ମନ୍ତ୍ରୀ ଓ ବିଧାୟକମାନେ ବିଭିନ୍ନ ଅଞ୍ଚଳକୁ ପ୍ରବାସରେ ଯିବେ । ଏହି ସମୟରେ ମନ୍ତ୍ରୀମାନେ ସିଧାସଳଖ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହ ଆଲୋଚନା କରିବେ । ଲୋକଙ୍କ ସମସ୍ୟା, ଅଭିଯୋଗ ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହେବା ସହ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ । ସେହିପରି ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀ ବୁଲି ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହେବେ । ଦଳୀୟ କର୍ମୀ ଓ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରି ସଂଗଠନର ସ୍ଥିତି ଏବଂ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ । ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା, ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ବଢ଼ାଇବା ଏବଂ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏହି ପ୍ରବାସ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି । ଏହାକୁ ନେଇ ବିଜେପି ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି । Post navigation Anganwadi Strike Withdrawn: ଦରମା ବୃଦ୍ଧି ପରେ ଧାରଣାରୁ ଉଠିଲେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା