ଓଡ଼ିଶାରେ ବିଜେଡିଠାରୁ ଢେର ଆଗୁଆ ବିଜେପି । ABP ସି ଭୋଟର ପୋଲ ସର୍ଭେ ରେ ବିଜେପିକୁ ୧୩ ଓ ବିଜେଡିକୁ ମାତ୍ର ୭ଟି ଏଵଂ କଂଗ୍ରେସକୁ ମାତ୍ର ୧ ଲୋକସଭା ଆସନ ମିଳୁଥିବା ଆକଳନ କରାଯାଇଛି । ପୂର୍ବରୁ ସବୁ ଜନମତ ସର୍ଭେରେ ବି ଆସିଥିଲା ସମାନ ଟ୍ରେଣ୍ଡ । ରାଜ୍ୟରେ ଲୋକପ୍ରିୟତା ଗ୍ରାଫରେ ଶୀର୍ଷରେ ନରେନ୍ଦ୍ର ମୋଦି, ଖସୁଛନ୍ତି ନବୀନ । ସେହିପରି ୨୦୧୯ ନିର୍ବାଚନ ସମୟରେ ଏହି ପୋଲ ଆକଳନ କରିଥିଲା କି ବିଜେପି ୮ ଓ ବିଜେଡି ୧୨ ଲୋକସଭା ଆସନ ଜିତିବ। ଗୋଟିଏ ପରେ ଗୋଟିଏ ଓପିନିୟନ ପୋଲରେ ବିଜେପି ଓଡିଶାରେ ଆଗରେ ଥିବାରୁ ଉତ୍ସାହିତ ଅଛି ଜନସାଧାରଣ।

2019 ଲୋକସଭା ନିର୍ବାଚନରେ ବିଜେଡି ପାଇଥିଲା 12 ଆସନ, ବିଜେପି ଖାତାକୁ ଯାଇଥିଲା 8 ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା ତେବେ ଏହା ଭିତରେ 25 ବର୍ଷର ସରକାର ବିରୋଧରେ ବଢୁଛି ସରକାରୀ ବିରୋଧୀ ହାୱା। ଯେଉଁଥିପାଇଁ ବିଭିନ୍ନ ଓପିନିୟନ ପୋଲ ଓ ସର୍ଭେରେ ବିଜେପିକୁ ଅଧିନ ଆସନ ମିଳୁଥିବାର ପୂର୍ବାନୁମାନ କରିଛନ୍ତି ଅନେକ ସଂସ୍ଥା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *