ବାରବାଟୀ ଷ୍ଟାଡିୟମ ଭଙ୍ଗା ଯାଇ ନୂଆ ଷ୍ଟାଡିୟମ ନିର୍ମାଣ ନିଷ୍ପତ୍ତି ପ୍ରସଙ୍ଗକୁ ବିରୋଧ କରିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରୀଡ଼ାବିତଙ୍କ ମନକୁ ଆନ୍ଦୋଳିତ କରୁଛି।

ଗତ କିଛି ଦିନ ତଳେ ଷ୍ଟାଡିୟମକୁ ସଂପୂର୍ଣ୍ଣ ଭାଂଗି ଦିଆଯାଇ ସେହି ସ୍ଥାନରେ ସମସ୍ତ ଅତ୍ୟାଧୁନିକ ସୁବିଧା ଥିବା ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ସୂଚନା ମିଳିଥିଲା। ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଷ୍ଟାଡିୟମକୁ ନୂଆ ରୂପ ଦିଆଯିବ। ନୂତନ ଷ୍ଟାଡିୟମରେ ଏକକାଳୀନ ୬୦ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖିପାରିବେ। କ୍ରିକେଟ୍‌ ସହିତ ଅନ୍ୟ ଖେଳ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ଷ୍ଟାଡିୟମକୁ ଲାଗି ୫ ତାରକା ହୋଟେଲ, ଅଫିସ କକ୍ଷ, ରାସ୍ତା ପାର୍କିଂ, ଦୋକାନ ଘର, ସପିଂ ମଲ୍‌ ଓ ଏକ ସ୍ପୋର୍ଟସ୍ କମ୍ପଲେକ୍ସର ବିକାଶ କରାଯିବ। ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ନ( ଓସିଏ), ବିସିସିଆଇ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହାର ନିର୍ମାଣ କରାଯିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *