ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବସିବ ସିଇସି ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଦଳର ବହୁ ନେତା ଏଥିରେ ସାମିଲ ହେବେ । ବୈଠକରେ ଲୋକସଭା ନିର୍ବାଚନ ନେଇ ଆଲୋଚନା ହୋଇପାରେ ।

ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ ।
ଆଜି ବସୁଥିବା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବେଶ ଗୁରୁତ୍ବ ବହନ କରେ । କାରଣ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ତାଲିକା ଜାରି କରିସାରିଛି ବିଜେପି । ଏ ବୈଠକରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହୋଇପାରେ ।

18 ରାଜ୍ୟରେ 195 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ଦଳ । ଏଥିରେ 34 ଜଣ କେନ୍ଦ୍ରମନ୍ତ୍ରୀ ରହିଥିବାବେଳେ 2 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ଅନେକ ପୁରୁଖା ନେତାଙ୍କ ନାମ ପ୍ରାର୍ଥୀ ତାଲିକାରେ ନଥିବାବେଳେ ଦ୍ବିତୀୟ ତାଲିକାରେ ନାମ ଆସିପାରେ ବୋଲି ଆଶା ରହିଛି ।

ବଳକା ଥିବା ରାଜ୍ୟ ଗୁଡିକର ଲୋକସଭା ଆସନ ପାଇଁ ବିଜେପି ଆଜି ବୈଠକରେ ଆଲୋଚନା କରିବ । କାହାକୁ ମିଳିବ ଟିକେଟ କାହାର କଟିବ ସେନେଇ ଆଜି ଆଲୋଚନା ହେବ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *