କଟକ: ଆଜି ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ପୂର୍ବାହ୍ନ ୧୧ଟା ସମୟରେ ଏହି ବୈଠକ ବସିବାର ସୂଚନା ରହିଛି । ଏହି ଏସ୍‌ଆଇଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେବେ । କଟକ ତେଲେଙ୍ଗାବଜାରସ୍ଥିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ଏସଆଇଟିର ଏହି ବୈଠକ ବସିବ । ବୈଠକରେ ବିଶେଷ ଭାବେ ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ କଳାଧନ ସମ୍ପର୍କିତ ଆଲୋଚନା କରାଯିବ ବୋଲି ଜଣାପଡିଛି । ଏସ୍‌ଆଇଟିର ଏହି ବୈଠକରେ ପୋଲିସ ଡିଜିଙ୍କ ସିବିଡିଟି, ଇଡି, ସିବିଆଇ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, କଷ୍ଟମ, ଏକସାଇଜ୍, ଆୟକର ବିଭାଗର ଉଚ୍ଚ ଅଧିକାରୀ ଯୋଗଦେବେ ବୋଲି ଜଣାପଡିଛି । ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, କ୍ରାଇମବ୍ରାଞ୍ଚ ଏଡିଜି, ଖଣି ସଚିବ ପ୍ରମୁଖ ମଧ୍ୟ ଯୋଗଦେବେ ।

ପୂର୍ବରୁ ଅନୁଷ୍ଠିତ ବୈଠକରେ ସମସ୍ତ ବିଭାଗକୁ ରିପୋର୍ଟ ଦାଖଲ କରିବା ପାଇଁ ଏସ୍‌ଆଇଟି ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜିର ବୈଠକରେ ଦାଖଲ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା ହେବା ସହ କଳାଧନ ଗଚ୍ଛିତ କରିବାର ନୂଆ ନୂଆ ତରିକା ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ବିଭାଗ କିଭଳି ଏ ସମ୍ପର୍କରେ ପଦକ୍ଷେପ ନେବେ ଏବଂ ଗତ ଦୁଇ ବର୍ଷ ମଧ୍ୟରେ ବିଭାଗ ଗୁଡିକୁ ମିଳିଥିବା ସଫଳତା ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *