ଭୁବନେଶ୍ୱର : ଏଣିକି ରାତିରେ ବି ନନ୍ଦନକାନନ ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ। ଆଜିଠୁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’। ଏହି କାର୍ଯ୍ୟକ୍ରମରେ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ଅନୁମତି ମିଳିବ । ୨୫୦ ଟଙ୍କା ଦେଇ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାପରେ ବ୍ୟାଟେରୀ ଗାଡ଼ିରେ ବୁଲି ଦର୍ଶକମାନେ ନନ୍ଦନକାନନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ଏହି ସମୟରେ ରାତ୍ରିଚର ପ୍ରାଣୀଙ୍କ ଜୀବନଶୈଳୀର ଅଧ୍ୟୟନ କରିବାକୁ ସୁଯୋଗ ମିଳିବ ।
ନନ୍ଦନକାନନ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଭଳି ଏଠାରେ ମଧ୍ୟ ଏକ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାର ନାଁ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ ରଖାଯାଛି। ଏହା ସଂପୂର୍ଣ୍ଣ ଭାବେ ଗୋଟିଏ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ। କେବଳ ରବିବାର ଏହା ଆୟୋଜନ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *