ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ କରିବ ବିଜେପି । ଏ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ଆସିଛି । ଏହା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟାନ୍ୟ ନେତା ଦିଲ୍ଲୀ ଯାଇଛନ୍ତି ।

ନିର୍ବାଚନରେ ରାଜ୍ୟ ବିଜେପିର ଆଭିମୁଖ୍ୟ କଣ ରହିବ, ଦଳ କିପରି ନିର୍ବାଚନ ଲଢିବ ସେ ନେଇ ଆଲୋଚନା ହେବ । ବିଜେପି-ବିଜେଡି ମେଣ୍ଟ ନେଇ ଏଥିରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।

ଏହି ବୈଠକରେ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ଅପରାଜିତା ଷଡ଼ଙ୍ଗୀ, ବିଜୟପାଲ ସିଂ ତୋମର, ଲତା ଉସେଣ୍ଡି, ସମ୍ବିତ ପାତ୍ର ଉପସ୍ଥିତ ରହିବେ । ସୂଚନା ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *