ରାଜ୍ୟରେ ସ୍କ୍ରବ ଟାଇଫସ୍‌ ଚିହ୍ନଟକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ଅଞ୍ଚଳରେ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହେଉଛନ୍ତି, ସେଠାକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପଠାଯିବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସ୍କ୍ରବ ଟାଇଫସ୍‌ର ଚିକିତ୍ସା, ନିୟନ୍ତ୍ରଣ, ରୋଗୀ ଚିହ୍ନଟ ଓ ପ୍ରତିଷେଧକମୂଳକ ପଦକ୍ଷେପ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି। ଏହି ରୋଗ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ଆଗୁଆ ସାବଧାନତା ଓ ନିୟନ୍ତ୍ରଣମୂଳକ ପଦକ୍ଷେପ ନିଆଯାଉଛି। ସ୍କ୍ରବ ଟାଇଫସ୍‌ ରୋଗ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ସ୍ଥାନୀୟ ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଉଛି।

Leave a Reply

Your email address will not be published. Required fields are marked *