ରାସ୍ତା ସୁରକ୍ଷା ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA), ଓଡ଼ିଶା ପକ୍ଷରୁ ବ୍ୟାପକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ସେପ୍ଟେମ୍ବର ୭ ତାରିଖରେ ନିୟମ ମାନୁନଥିବା ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମୋଟ ୧୦,୨୦୭ଟି ଇ-ଚାଲାଣ ଜାରି କରାଯାଇଛି। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ପାଳନ ସୁନିଶ୍ଚିତ କରିବା ପାଇଁ ୨୦ଟି ଗାଡ଼ି ମଧ୍ୟ ଜବତ କରାଯାଇଛି। ସେଥିମଧ୍ୟରୁ ସର୍ବାଧିକ ୪,୬୦୩ଟି ଚାଲାଣ କେବଳ ବିନା ହେଲମେଟ୍ରେ ଗାଡ଼ି ଚଲାଉଥିବା ଚାଳକଙ୍କ ନାମରେ କଟାଯାଇଛି। ସେହିପରି ଦ୍ରୁତ ଗତି ପାଇଁ ୮୧୩ଟି ଚାଲାଣ, ବୈଧ ବୀମା ନଥାଇ ଗାଡ଼ି ଚାଳନା ପାଇଁ ୪୭୫ଟି ଚାଲାଣ ଓ ଟ୍ରିପଲ୍ ରାଇଡିଂ ପାଇଁ ୨୨୯ଟି ଚାଲାଣ କରାଯାଇଛି । ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ଗାଡ଼ି ଚାଳକଙ୍କ ଅବହେଳା ଯୋଗୁଁ ଘଟୁଥିବା ଅପ୍ରୀତିକର ପରିସ୍ଥିତିକୁ ରୋକିବା ପାଇଁ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚାଲୁ ରହିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ସୁରକ୍ଷିତ ଯାତ୍ରା ଏବଂ ନିରାପଦରେ ଘରକୁ ଫେରିବା ପାଇଁ ସମସ୍ତ ନାଗରିକଙ୍କୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ STA ନିବେଦନ କରିଛି। Post navigation BJD Protests at Lok Bhavan: ଏମଏମଡିଆର ସଂଶୋଧନକୁ ବିରୋଧ: ଲୋକଭବନ ଆଗରେ ବିଜେଡିର ଜୋରଦାର ବିକ୍ଷୋଭ