ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସମସ୍ତ ଦଳ । ଏହି ସମୟରେ ଆଜି ବସିବ ବିଜେଡ଼ି ବୈଠକ । ବିଜେଡ଼ିର ବରିଷ୍ଠନେତାଙ୍କୁ ଆଜି ନବୀନ ନିବାସକୁ ଡାକରା ଆସିଛି । ଅପରାହ୍ନ ସାଢେ 3ଟା ସମୟରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଆସନ୍ତା 2024 ସାଧାରଣ ନିବାର୍ଚନକୁ ନେଇ ବୈଠକରେ ଆଲୋଚନା ହେଇପାରେ ବୋଲି ସୂଚନା ରହିଛି ।

ଏହି ବୈଠକରେ କଣ ଆଲୋଚନା ହେବ ସେନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । କିନ୍ତୁ ନିବାର୍ଚନ ସଂକ୍ରାନ୍ତରେ ଦଳର ନେତାଙ୍କ ସହ ବିଜେଡି ସୁପ୍ରିମୋ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି । ବୈଠକ ପରେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *