ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ କରି ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।ଏପଟେ ନବୀନ ନିବାସରେ ଦୁଇଟି ପର୍ଯ୍ୟାୟର ବୈଠକ ସରିବା ପରେ ବାହାରକୁ ଆସି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅରୁଣ ସାହୁ ଗଣମାଧ୍ୟମକୁ କହିଥିଲେ ଯେ ବୈଠକରେ ସବୁ ବିଷୟ ଆଲୋଚନା ହୋଇଛି । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି । ଓଡ଼ିଶାର ସ୍ୱାର୍ଥକୁ ଆଖିରେ ରଖି ଯାହା ନିଷ୍ପତ୍ତି ଦରକାର ନିଆଯିବ ।

ଏହି ଦୁଇପକ୍ଷର ବୟାନରୁ ଏତିକି ସ୍ପଷ୍ଟ ଯେ ମେଣ୍ଟ ନେଇ ଆଲୋଚନା ହୋଇଛି । ଆଉ ସଙ୍କେତ ଏୟା ଯେ ମେଣ୍ଟ ନେଇ ମାର୍ଚ୍ଚ ମାସରେ ଘୋଷଣା ହେବ। ତେବେ ଏହା ଖୁବ୍ ଶୀଘ୍ର ସମ୍ନାକୁ ଆସିବ।

ଏହାରି ଭିତରେ ବୁଧବାର ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ଆରମ୍ଭ ହୋଇଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ମଧ୍ୟ ସାମନାକୁ ଆସିଛି । ମେଣ୍ଟ ନେଇ ଆଲୋଚନା ହୋଇଥିବା ଜୁଏଲ ଓରାମ କହିଛନ୍ତି ।

ବିଜେପିର ଦିଲ୍ଲୀ ବୈଠକ ଏବଂ ଭୁବନେଶ୍ୱରରେ ନବୀନ ନିବାସ ବୈଠକରୁ ମେଣ୍ଟର ଏମିତି ସଙ୍କେତ ମିଳିଛି । ଦିଲ୍ଲୀ ବୈଠକ ମଝିରୁ ଜୁଏଲ୍ ଓରାମ୍ ବାହାରକୁ ଆସି ସାମ୍ବାଦିକଙ୍କ ପ୍ରଶ୍ନରେ ମେଣ୍ଟ ଆଲୋଚନାକୁ ସ୍ୱୀକାର କରିଥିଲେ । କହିଥିଲେ ମେଣ୍ଟ ନେଇ ବୈଠକରେ ଚର୍ଚ୍ଚା ହୋଇଛି । ତେବେ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ।

ଜୁଏଲ କହିଛନ୍ତି, ‘ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ସମସ୍ତ ୨୧ ଲୋକସଭା ଏବଂ ସବୁ ବିଧାନସଭା କ୍ଷେତ୍ର ପାଇଁ ଆଲୋଚନା ହୋଇଛି । ମେଣ୍ଟ ନେଇ ମଧ୍ୟ ଆଲୋଚନା ହୋଇଛି । ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ ।‘ ଉଲ୍ଲେଖଯୋଗ୍ୟ ଯେ ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଅଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ରାଜ୍ୟର ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଅଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *