ଉତ୍ତର ଓଡ଼ିଶାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିରୁ ରାଜ୍ୟବାସୀ ବାହାରୁନଥିବା ବେଳେ ପୁଣି ଥରେ ଲଘୁଚାପ ଜନିତ ଲଗାଣ ବର୍ଷା ସେମାନଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି। ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ପୁଣି ଥରେ ବିପଦ ସଙ୍କେତ ଟପିଥିବା ବେଳେ ଅନ୍ୟପଟେ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହା ଫଳରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିସାରିଛି। ଅନ୍ୟପଟେ ବନ୍ୟା ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ତଳିଆ ଅଂଚଳର ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହା ଯାଇଛି । ଏହି ସହିତ ଲୋକଙ୍କୁ ସତର୍କ ରହିବା ସହ ନଦୀ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଉଛି । Post navigation Police Service Awards 2026: ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ୍ ସେବା ପୁରସ୍କାର ୨୦୨୬