ବିଜେଡିକୁ ବଡ ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା। ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କେବେ ଫେରାଇବେ ପଚାରନ୍ତୁ କହିଲେ ବୈଜୟନ୍ତ। ଚାବି ଦେବେ ନା ୧୦ ପରେ ଗୋଡ଼ାଇ ଗୋଡ଼ାଇ ତାମିଲନାଡୁରୁ ଆଣିବୁ କହିଲେ।କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ନାଁ ନନେଇ ମୁଖ୍ୟମନ୍ତ୍ରୀଙ୍କ ଆରୋପ ପ୍ରସଙ୍ଗରେ ଆଜି ପାଟକୁରା ସଭାରେ ମୁଖ୍ୟମନ୍ତ୍ରୀଙ୍କୁ କାଉଣ୍ଟର କରି ଏମିତି କହିଛନ୍ତି ବୈଜୟନ୍ତ ପଣ୍ଡା। ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ତାହା କବ୍‌ଜାକାରୀଙ୍କ ପ୍ରମ୍ପଟିଂ ବୋଲି କହିଲେ ବୈଜୟନ୍ତ।

ମୁଖ୍ୟମନ୍ତ୍ରୀ ଇଆଡୁ ସିଆଡୁ କିଛି ଅଭିଯୋଗ କରିଛନ୍ତି, ମୁଁ ତାଙ୍କୁ ଦୋଷ ଦେଉନି,ଯେଉଁ ତାମିଲ ବାବୁ ତାଙ୍କୁ କବ୍‌ଜା କରି ରଖିଛନ୍ତି, ସେ ଯାହା କହୁଛନ୍ତି, ଇଏ ସେୟା ମାଇକ୍‌ରେ କହିଦେଉଛନ୍ତି,ବହୁ ଦଶନ୍ଧି ଧରି ବିଜୁ ବାବୁଙ୍କ ଅମଳରୁ ମୋ ପରିବାର ବ୍ୟବସାୟରେ ଅଛନ୍ତି’। ମୋ ପରିବାର ପ୍ରତି କେହି କେବେ ବି ଆରୋପ ଲଗାଇ ନାହାନ୍ତି’,ସଂପତ୍ତି ହାସଲ କରିବା ପାଇଁ ମୁଁ ରାଜନୀତିକୁ ଆସିନାହିଁ, ମହାପ୍ରଭୁ ଜଗନ୍ନାଥ ଆମକୁ ବହୁତ ଦେଇଛନ୍ତି, ମୁଁ ଆସିଛି ଲୋକଙ୍କ ପାଇଁ କାମ କରିବାକୁ, ଲୋକଙ୍କ ସେବା କରିବାକୁ ଯାହାକୁ 5T ଦେଇଛନ୍ତି, ସେ 5T ନାଁରେ ୫ ତାମିଲଙ୍କୁ ପୂରା ଓଡ଼ିଶା ବିକି ଦେଇଛନ୍ତି। ତାଙ୍କ ସଂପତ୍ତି ବିଷୟରେ ଯାଞ୍ଚ କରନ୍ତୁ, ସେ ସଂପତ୍ତି ଓଡ଼ିଆ ଲୋକଙ୍କୁ ଫେରାନ୍ତୁ, ଓଡ଼ିଶାରେ ଉତ୍ପାଦିତ ବିଜୁଳି ଓଡ଼ିଶାରେ କାହିଁକି ବେଶି ଦର, ତାମିଲନାଡୁରେ କମ୍‌ ବୋଲି ପ୍ରଶ୍ନ କରିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *