କେନ୍ଦ୍ରାପଡ଼ା : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଜୋରଦାର ପ୍ରଚାର ଚାଲିଛି । ଏବେ ସବୁ କେନ୍ଦ୍ର ମନ୍ତ୍ରୀଙ୍କ ଭିଡ ଲାଗିଛି ଓଡ଼ିଶାରେ । କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରା ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ଏହି ସଭାରେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ତାଙ୍କୁ ସମାଲୋଚନା କରି କହିଛନ୍ତି ଯେ, ‘୪ ଜୁନ୍ ପୂର୍ବରୁ ରତ୍ନଭଣ୍ଡାର ଚାବି ହାଇକୋର୍ଟରେ ଦେଇଦିଅନ୍ତୁ । ନହେଲେ ଆପଣଙ୍କ ହିସାବ ଆମେ ବରାବର କରିଦେବୁ । ଫାଇଭ୍ ଟି କହୁଛନ୍ତି, କୌଣସି ଟିମ୍ ୱାର୍କ ଅଛି କି ଓଡ଼ିଶାରେ ।

ଏଠାରେ କେବଳ ଗୋଟିଏ ଟିମ୍ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍ । ଏଠି କୌଣସି କ୍ୟାବିନେଟ କି ଅଫିସରଙ୍କ ପାୱାର ନାହିଁ । ଏଠି ଗୋଟିଏ ଟି ଅଛି, ସେ ଟି’ର ନାଁ ତାମିଲନାଡୁ’ ବୋଲି କହିଛନ୍ତି ବିଶ୍ୱଶର୍ମା । ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ ପାଖରେ ରହିଛି । ଓଡ଼ିଶାର ଯୁବକଙ୍କୁ କାହିଁକି ଚାକିରି ଦିଆଯାଉନି ।

‘ଓଡ଼ିଶାରେ ଜଣେ ଲୋକ ରାଜା ମହାରାଜା ଭଳି ବସିଛି । କାମ ଧନ୍ଦା ତଲାସ ପାଇଁ ଓଡ଼ିଶାର ଯୁବକ ବାହାରକୁ ପଳାଉଛନ୍ତି । ଓଡ଼ିଶାରେ ଥିବା ଶିଳ୍ପରେ ଓଡ଼ିଆ ପିଲାଙ୍କୁ କାମ ମିଳୁନାହିଁ । ଓଡ଼ିଶାର ସଂପଦ ବାହାର ଲୋକଙ୍କୁ ଟ୍ରାନ୍ସଫର କରାଯାଉଛି । ରାଜ୍ୟରେ ୧ ଲକ୍ଷ ଚାକିରି ଖାଲିପଡ଼ିଛି, ଯୁବକଙ୍କୁ ଚାକିରି ମିଳୁନି । ନବୀନ ବାବୁ ଚାହିଁଥିଲେ, ୧ ବର୍ଷରେ ୧ ଲକ୍ଷ ଚାକିରି ଦେଇପାରିଥାନ୍ତେ ।

ସେ ଆହୁରି ମଧ୍ୟ କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର ମିଳେ, ଓଡ଼ିଶା ୧ ନମ୍ବର ହୋଇପାରିବ ।

ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷ ୧ ଲକ୍ଷ ଚାକିରି ମିଳିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଲେ ହିମନ୍ତ ବିଶ୍ୱଶର୍ମା ।ପାଣ୍ଡିଆନ ନବୀନ ବାବୁଙ୍କୁ ହୋଷ୍ଟେଜ ରଖିଛନ୍ତି । ନବୀନ ବାବୁଙ୍କ ମାଇକ୍ କାହିଁକି ପାଣ୍ଡିଆନ ଧରୁଛନ୍ତି । ମାଇକ୍ ଧରି ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ । ଯାହା ପାଣ୍ଡିଆନ କହୁଛନ୍ତି, ତାହା କରୁଛନ୍ତି ନବୀନ ବାବୁ’ । ‘୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ ।

ମୋ ବିଶ୍ୱାସ ଆମେ ଏପର୍ଯ୍ୟନ୍ତ ୩୬୦ ସିଟ୍ ପାର୍ କରିସାରିଲୁଣି । ସାତ ଫେଜ୍ ସରିବା ପରେ ମୋଦିଜୀ ୪ଶହ ପାର୍ କରିଯିବେ । ମୋଦିଜୀଙ୍କୁ ୩ଶହ ସିଟ୍ ଦେଲେ, ସେ ରାମ ମନ୍ଦିର କଲେ, ୩୭୦ ହଟାଇଲେ । ମୋଦିଜୀଙ୍କୁ ଏଥର ୪ଶହ ସିଟ୍ ଦିଅନ୍ତୁ, ପିଓକେ ଭାରତକୁ ଆଣିବୁ । ୪ ଶହ ସିଟ୍ ଆଣିଲେ ଜ୍ଞାନବ୍ୟାପି ମନ୍ଦିର ନିର୍ମାଣ କରାଯିବ ।

By SonaliP

Leave a Reply

Your email address will not be published. Required fields are marked *