ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଚଢ଼ଉ ସମୟରେ ତାଙ୍କ ପାଖରୁ ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ଖୋର୍ଦ୍ଧାରେ ଥିବା ୪ଟି ବହୁତଳ କୋଠା, ଗୋଟିଏ ୩ ବିଏଚକେ ଫ୍ଲାଟ, ୩୦ଟି ମୂଲ୍ୟବାନ ପ୍ଲଟ, ପ୍ରାୟ ୩୦୦ ଗ୍ରାମ ସୁନା, ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ଏବଂ ଏକ ଚାରିଚକିଆ ଯାନ ଭଳି ବିପୁଳ ସମ୍ପତ୍ତି ଜବତ ହୋଇଛି। ନିଜ ଆୟ ସହ ଏହି ସମ୍ପତ୍ତିର କୌଣସି ସନ୍ତୋଷଜନକ ହିସାବ ଦେଇନପାରିବାରୁ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। Post navigation Odisha Bandh on Oct 8: ଅକ୍ଟୋବର ୮ ଶାନ୍ତିପୂର୍ଣ ବନ୍ଦକୁ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଭକ୍ତ ଦାସଙ୍କ ନିବେଦନ