ନିର୍ଭୟର ଆକଳନ ସତ୍ୟ ହେଲା । ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟିଲା । କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହେଲେ ଓଡ଼ିଶାରୁ ବିଜେପି ର ରାଜ୍ୟ ସଭା ପ୍ରାର୍ଥୀ ।

ଯଦିଓ ଓଡ଼ିଶାରେ ବିଜେପିର ସଂଖ୍ୟା ନାହିଁ, ବିଜେଡି ର ସମର୍ଥନରେ ଅଶ୍ବିନୀ ବୈଷ୍ଣବ ନିର୍ଦ୍ବନ୍ଦରେ ରାଜ୍ୟ ସଭାକୁ ନିର୍ବାଚିତ ହେବେ ।

ପୂର୍ବରୁ ୨୦୧୯ ରେ ମଧ୍ୟ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ପଠାଇବାରେ ସହଯୋଗ କରିଥିଲା ।

ଆଜି ବିଜେପିର ସମସ୍ତ ବିଧାୟକଙ୍କୁ ପାର୍ଟି ଅଫିସ୍ ଡକରା ହୋଇଛି । ଅଶ୍ବିନୀ ବୈଷ୍ଣବ ଆସି ଭୁବନେଶ୍ୱରରେ ପହଞ୍ଚିବେ ତଥା ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ । ଆସନ୍ତା କାଲି ଫେବୃଆରୀ ୧୫ ତାରିଖରେ ସେ ନାମାଙ୍କନ ଦାଖଲ କରିବେ ।

By Nirvay

Leave a Reply

Your email address will not be published. Required fields are marked *