ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଲାଇନ ଗାଡ଼ି ଚାଳକ ସଂଘର ଆନ୍ଦୋଳନ ହେତୁ ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଛି। ସେହି ରାସ୍ତାରେ ଯାଉଥିବା ‘ଆମ ବସ୍‌’କୁ ପଥର ମାଡ଼ କରି ଭାଙ୍ଗି ଚୁରମାର କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ପାଇଁ CRUT ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି।

CRUT ପକ୍ଷରୁ ସୂଚନା ଦିଆଯାଇଛି ଯାତ୍ରୀଙ୍କୁ ସେବା ଯୋଗାଇ ଦେବା ପାଇଁ ‘ଆମ ବସ୍‌’ ସେବା ଜାରି ରହିବ। ମାଷ୍ଟରକ୍ୟାଣ୍ଟିନ୍‌ରେ ଚାଲିଥିବା ଧର୍ମଘଟ ଯୋଗୁଁ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି, ମାଷ୍ଟରକ୍ୟାଣ୍ଟିନ୍ ଟର୍ମିନାଲ୍‌କୁ ଯାତାୟାତ କରୁଥିବା ‘ଆମ ବସ୍’ ସେବା ପ୍ରଭାବିତ ହୋଇପାରେ। ତେଣୁ ବର୍ତ୍ତମାନ ରୁଟ୍‌ରେ ଚାଲୁଥିବା ବସ୍‌ଗୁଡ଼ିକ ମାଷ୍ଟରକ୍ୟାଣ୍ଟିନ୍ ଟର୍ମିନାଲ୍‌କୁ ପ୍ରବେଶ ନକରି ବିକଳ୍ପ ରୁଟ୍ ଦେଇ ଯାତ୍ରୀମାନଙ୍କୁ ସେବା ଯୋଗାଇଦେବେ, ଯାହା ଦ୍ୱାରା ଜନପରିବହନ ସେବାର ନିରନ୍ତରତା ବଜାୟ ରହିବ।

CRUT ପକ୍ଷରୁ ଯାତ୍ରୀମାନଙ୍କୁ ଏହି ସାମୟିକ ପରିବର୍ତ୍ତନ ଅନୁସାରେ ନିଜର ଯାତ୍ରା ଯୋଜନା କରିବାକୁ ଅନୁରୋଧ କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ସମୟ ସମୟରେ ପରବର୍ତ୍ତୀ ସୂଚନା ପ୍ରଦାନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *