ଚଳିତବର୍ଷ ସାଧାରଣ ନିର୍ବାଚନ ଲଢୁଥିବା ମୋଟ ୧୨ ଶହ ୮୩ ଜଣ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ । ଏଡିଆର ରିପୋର୍ଟ ଅନୁସାରେ ବିଜୁ ଜନତା ଦଳରେ ସବୁଠାରୁ ଅଧିକ ମହିଳା ପ୍ରାର୍ଥୀ ରହିଛନ୍ତି । ୩୫ ଜଣ ମହିଳା ଥିବା ବେଳେ କଂଗ୍ରେସର ୨୧ ଜଣ ଓ ବିଜେପିର ୧୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

୪୧୨ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି । ବିଧାୟକଙ୍କ ଭିତରେ ଦିଲ୍ଲୀପ ରାଏ ସବୁଠୁ ଧନୀ । ଦ୍ଵିତୀୟ ସ୍ଥାନରେ ସନାତନ ମହାକୁଡ଼ । ସେହିଭଳି ତୃତୀୟ ସ୍ଥାନରେ ଶୁଭାସିନୀ ଜେନା ରହିଛନ୍ତି ।

୩୧୩ କୋଟି ଟଙ୍କାର ମାଲିକ ହେଉଛନ୍ତି ଦିଲ୍ଲୀପ ରାଏ । ୨୨୭ କୋଟି ସମ୍ପତ୍ତିର ମାଲିକ ସନାତନ ମହାକୁଡ଼ ଅନ୍ୟପଟେ ଶୁଭାସିନୀ ଜେନା ୧୩୫ କୋଟି ଟଙ୍କାର ମାଲିକ ଥିବା ସୂଚନା ।

୧୨ ଶହ ୮୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି । ୨୯୨ ନାଁରେ ଗୁରୁତର ମାମଲା ରହିଛି ।

Leave a Reply

Your email address will not be published. Required fields are marked *