ମୟୂରଭଞ୍ଜ ଜିଲ୍ଲାର ଉଦଳା ହସ୍ପିଟାଲରୁ ଏକ ବଡ଼ ତ୍ରୁଟି ରିପୋର୍ଟ ହୋଇଛି। ଉଦଳା ମେଡିକାଲ୍‌ରୁ ପୋକରା ଔଷଧ ମିଳୁଥିବା ଅଭିଯୋଗ ହୋଇଛି। ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିଵାୟୋଟିକ ଔଷଧରୁ ପୋକ ବାହାରିବା ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣା ପରେ ମେଡିକାଲରେ ମିଳୁଥିବା ଔଷଧର ଗୁଣବତ୍ତା ଓ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ନିମ୍ନମାନର ଔଷଧ ବଣ୍ଟନ କରାଯାଉଥିବା ନେଇ ସ୍ଥାନୀୟ ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏହି ଘଟଣାର ତୁରନ୍ତ ତଦନ୍ତ ଦାବି କରିଛନ୍ତି।

ସୂଚନା ଅନୁଯାୟୀ; ବେଗୁନିଆ ଡିହା ଗ୍ରାମର ରାଜା ହେମ୍ବ୍ରମଙ୍କ ୯ ବର୍ଷ ନାବାଳକ ପୁଅଙ୍କୁ ଥଣ୍ଡା ଜ୍ୱର ହୋଇଥିଲା । ଯେଉଁଥି ପାଇଁ ସେ ଉଦଳା ମେଡିକାଲରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ନେଇ ଘରକୁ ଫେରିଥିଲେ । ମେଡିସିନ୍‌ ଷ୍ଟ୍ରିପ୍‌ ଖୋଲିବା ସମୟରେ ଔଷଧ ଭିତରେ ବାହାରିଥିଲା ପୋକ । ଏପରିକି ବଟିକାରେ ଗାତ ମଧ୍ୟ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *