ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମଗ୍ର ପ୍ରକ୍ରିୟା ଉପରେ ଅପରାଧିକ ତଦନ୍ତ (Criminal Investigation) କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମ ବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ FIR ଦାୟର କରିବାକୁ SCERT ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପାଠ୍ୟ ପୁସ୍ତକ ତ୍ରୁଟିଜନିତ ବିଷୟର କାରଣ ଅନୁସନ୍ଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ରିପୋର୍ଟ ଅନୁଯାୟୀ SCERTର ପୂର୍ବତନ ନିର୍ଦ୍ଦେଶକ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । Post navigation Sand Artist Sudarsan Pattnaik seeks EAM’s Intervention over ISKCON’s “Untimely” Ratha Jatra