ରାତି ଅଧରେ ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ପରିସ୍ଥିତି । ୭ମ ଓ ୮ମ ସେମିଷ୍ଟର ବିଶ୍ୱବିଦ୍ୟାଳୟ କରୁନଥିବାରୁ ଅଭିଯୋଗକୁ ନେଇ ନର୍ସିଂ ଛାତ୍ରଛାତ୍ର ଆନ୍ଦୋଳନ କରୁଥିବା ସମୟରେ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଏକ ଗୋଷ୍ଠୀ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏହା ପରେ ନର୍ସିଂ ଛାତ୍ରମାନେ ଭିସିଙ୍କ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ଆକ୍ରମଣ ଏବଂ ଶିକ୍ଷାଗତ ଅଭିଯୋଗ ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଦାବି କରି ବିଳମ୍ୱିତ ରାତି ଯାଏଁ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଅନ୍ୟପଟେ ବିଶ୍ୱବିଦ୍ୟାଳୟର କୁଳପତି ପିଲାମାନଙ୍କୁ ବୁଝାଇବାକୁ ଯାଇ ଚେତାଶୂନ୍ୟ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ; ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟର ନର୍ସିଂ କଲେଜର ଛାତ୍ରଛାତ୍ରୀ ୪ ବର୍ଷର ପରୀକ୍ଷାକୁ ୬ ବର୍ଷ ବିତିଥିଲେ ମଧ୍ୟ ସପ୍ତମ ଆଉ ଅଷ୍ଟମ ସେମିଷ୍ଟରକୁ ବିଶ୍ୱବିଦ୍ୟାଳୟ ପରିଚାଳନା କରୁ ନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ନର୍ସିଂ କଲେଜ ଛାତ୍ରଛାତ୍ରୀ ଧାରଣାରେ ବସିବା ପରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଆଲୋଚନା ପାଇଁ ଆସିଥିଲେ। ଏହି ସମୟରେ କୁଳପତିଙ୍କ ସହ ଆସିଥିବା ବିଶ୍ୱବିଦ୍ୟାଳୟ କିଛି ଛାତ୍ର ଖରାପ ଭାଷା ବ୍ୟବହାର କରି ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା ଜଣାପଡ଼ିଛି। ତେବେ ଉତ୍ତେଜନା ସୃଷ୍ଟି ପରେ ଛାତ୍ରଛାତ୍ରୀ ବିଳମ୍ୱିତ ରାତି ଯାଏଁ ଧାରଣାରେ ବସିଥିଲେ। ଉତ୍ତେଜନା ବେଳେ ବିଶ୍ୱବିଦ୍ୟାଳୟ କୁଳପତି ଚେତା ଶୂନ୍ୟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *