ଗଜପତି ମହାରାଜାଙ୍କ ଅପିଲ୍‌କୁ ପ୍ରତ୍ୟାଖ୍ୟାନ କଲା ଇସ୍କନ । ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ କରିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଇସ୍କନ । ଗତ ଜୁଲାଇ ୪ ତାରିଖରେ ଇସ୍କନକୁ ଚିଠି ଲେଖି ତିଥି ବିହୀନ ରଥଯାତ୍ରା ଏବଂ ସ୍ନାନ ପୂର୍ଣ୍ଣିମାକୁ ବନ୍ଦ କରିବାକୁ ଇସ୍କନକୁ ପୁନର୍ବାର ଅନୁରୋଧର ଜବାବ ରଖିଛନ୍ତି ଇସ୍କନ ଅଧ୍ୟକ୍ଷ ମଧୁସେବେତ ଦାସ । ସମ୍ମାନ ସହିତ ଆଲୋଚନାରୁ ଓହରୁଛନ୍ତି ବୋଲି ଇସ୍କନ ଇ-ମେଲ୍ ଜରିଆରେ ଗଜପତିଙ୍କ ଚିଠିର ଉତ୍ତର ଦେଇଛନ୍ତି ଇସ୍କନ ଅଧ୍ୟକ୍ଷ ।

Leave a Reply

Your email address will not be published. Required fields are marked *