ଅନୁଗୋଳ ମାଲ୍ୟଗିରି ପାହାଡ଼ରେ ୩ ପର୍ଯ୍ୟଟକ ନିଖୋଜ। ପ୍ରାୟ ୩ହଜାର ୯୯୬ ଫୁଟ ଉପରେ ଫସିଛନ୍ତି । ଗତକାଲି କେନ୍ଦୁଝରର ୭ ଜଣିଆ ପର୍ଯ୍ୟଟକ ଦଳ ମାଲ୍ୟଗିରି ଚଢ଼ିଥିଲେ । ଖୁଲୁଡି ଶିବ ମନ୍ଦିର ନିକଟରୁ ଚଢ଼ିଥିଲେ ସମସ୍ତ ପର୍ଯ୍ୟଟକ । ୪ ଜଣ ଫେରିଥିବା ବେଳେ ୩ ଜଣ ଏବେବି ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଏକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ନିଖୋଜ ଥିବା ସମସ୍ତେ କେନ୍ଦୁଝର ଟାଉନ ଅଞ୍ଚଳର ବୋଲି ଜଣାପଡିଛି।

 

Leave a Reply

Your email address will not be published. Required fields are marked *