ଚଳିତ ବର୍ଷ ଭିଆଇପି ଓ ଭିଭିଆଇପି ରଥ କର୍ଡନ ପାସ୍‌ ସଂଖ୍ୟା ଅଧାକୁ କମିବ ବୋଲି ଆଜି ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ପୂର୍ବ ବର୍ଷ ତୁଳନାରେ ଭିଆଇପି ଓ ଭିଭିଆଇପି ରଥ କର୍ଡନ ପାସ୍‌ ଅଧା କରି ଦିଆଯାଇଛି । ଏହି ନିଷ୍ପତ୍ତିର ଲକ୍ଷ୍ୟ ହେଉଛି ଭିଡ଼ ପରିଚାଳନା, ସୁରକ୍ଷା ଏବଂ ବିଶ୍ୱ ପ୍ରସିଦ୍ଧ ମହୋତ୍ସବର ସୁଗମ ପରିଚାଳନା।

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ଭିଭିଆଇପି ଗତିବିଧି ଯଥେଷ୍ଟ ହ୍ରାସ ପାଇବ, ଯାହା ଦ୍ୱାରା ଭକ୍ତମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା ହୋଇପାରିବ ଏବଂ କର୍ତ୍ତୃପକ୍ଷଙ୍କୁ ବିଶାଳ ସମାବେଶକୁ ଅଧିକ ଦକ୍ଷତାର ସହିତ ପରିଚାଳନା କରିବାରେ ସାହାଯ୍ୟ ମିଳିବ।

Leave a Reply

Your email address will not be published. Required fields are marked *