ପୋଲିସ୍‌ରେ ଖାଲି ଅଛି ୩୩ ହଜାର ପଦବୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ଡିଜିପି । ସେ କହିଛନ୍ତି ପୋଲିସ ବିଭାଗରେ ମାନବ ସମ୍ବଳ କମ୍‌ ରହିଛି । ଓଡ଼ିଶା ପୋଲିସ ବିଭାଗରେ ଜନସଂଖ୍ୟା ଅନୁପାତରେ ମାନବ ସମ୍ବଳ କମ ଥିବାରୁ ପ୍ରାୟ ୩୩,୦୦୦ ପଦବୀ ଖାଲି ପଡିଛି ।

ଡିଜିପିଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଏହି ପଦବୀଗୁଡିକ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ । ତେବେ ମୁଖ୍ୟମନ୍ତ୍ରୀ ଏହା ଭିତରେ ୧୭ ହଜାର ନୂଆ ପଦବୀ ସୃଷ୍ଟି କରିଛନ୍ତି । ପୂର୍ବ ୧୬ ହଜାର ଭ୍ୟାକେନ୍ସିକୁ ମିଶାଇ ୩୩ ହଜାର ପଦବୀ ଖାଲି ପଡ଼ିଛି । ସମସ୍ତ ଖାଲି ଥିବା ପଦବୀ ଖୁବଶୀଘ୍ର ପୂରଣ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *