ଓଡ଼ିଶାରେ ଡାକ୍ତରଙ୍କ ପ୍ରତିବାଦକୁ ନେଇ ୫ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି । ରାଜ୍ୟରେ ସ୍ୱାସ୍ଥ୍ୟସେବା ସେବାକୁ ପ୍ରଭାବିତ କରିଥିବା ଦାବିଗୁଡ଼ିକର ଯାଞ୍ଚ ଏବଂ ଚାଲିଥିବା ଆନ୍ଦୋଳନର ସମାଧାନ ଖୋଜିବା ପାଇଁ ଏହି କମିଟି ଗଠନ କରାଯାଇଛି। ଏହି କମିଟିରେ GA & PG, ଆଇନ, ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରହିଛନ୍ତି । ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ (OMSA) ପକ୍ଷରୁ ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାର ବିମର୍ଶ କରି ରାଜ୍ୟ ସରକାରଙ୍କୁ ଏହି କମିଟି ରିପୋର୍ଟ ଦେବ। କମିଟି ସୁପାରିସ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବେ ରାଜ୍ୟ ସରକାର Post navigation Students protest at Ramadevi Women’s University: ଅଣଛାତ୍ରୀ ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଉତ୍ତେଜନା Odisha CM Mohan Majhi attends 77th State-Level Van Mahotsav, Highlights State’s Green Push