ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏ ନେଇ ଆଜି ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ସେ କହିଛନ୍ତି ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି । କିନ୍ତୁ ଗତ ବର୍ଷ ତୁଳନାରେ ହୀରାକୁଦରେ କମ୍ ପାଣି ଅଛି । ଗତବର୍ଷ ଥିଲା ୬୦୯ ଫୁଟ ପାଣି । ଏବେ ୬୦୬.୧୨ ଫୁଟ ପାଣି ଅଛି  । ଏବେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । କାଲି ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ । ତେଣୁ ୯ ତାରିଖରେ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛୁ । କେତେ ଗେଟ୍ ଖୋଲିବୁ କାଲିର ଜଳସ୍ତର ଦେଖି ନିଷ୍ପତ୍ତି ନେବୁ । ମୁଣ୍ଡଳିରେ ଏବେ ୩ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି । ଆଜି ରାତି ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ଅତିକ୍ରମ କରିବ । ୫ ଲକ୍ଷ କ୍ୟୁସେକ ତଳେ ଜଳ ପ୍ରବାହିତ ହେବ । ତେଣୁ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ।

Leave a Reply

Your email address will not be published. Required fields are marked *