ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଭାଓ୍ବ ସୁବିଆଣ୍ଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆ ଗଣରାଜ୍ୟର ସର୍ବୋଚ୍ଚ ସମ୍ମାନ, “ଇଣ୍ଡୋନେସିଆ ଗଣରାଜ୍ୟର ବିତାଙ୍ଗ ଆଦିପୂର୍ଣ୍ଣ ପଦକ ସମ୍ମାନ” ପ୍ରଦାନ କରିଛନ୍ତି। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଭାଓ୍ବ ସୁବିଆଣ୍ଟୋ ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରିଥିଲେ। ଏହି ସମ୍ମାନ ସେମାନଙ୍କୁ ଦିଆଯାଏ ଯେଉଁମାନେ ଇଣ୍ଡୋନେସିଆର ଏକତା, ନିରନ୍ତରତା ଏବଂ ସମୃଦ୍ଧି ପାଇଁ ଅସାଧାରଣ ସେବା ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ୩୪ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେଲେଣି ମୋଦି Post navigation Soumya Murder Case: ସୌମ୍ୟ ହତ୍ୟା ମାମଲା: ତଦନ୍ତ ପାଇଁ ଝାରପଡ଼ା ଜେଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍