ନିର୍ଦ୍ଦୋଷରେ ଖଲାସ ହେଲା ସନ୍ଦିଗ୍ଧ ଆତଙ୍କୀ ଅବଦୁର ରେହମାନ । ଆଲ୍ କାଏଦା ଲିଙ୍କ୍ ସହିତ ଜଡିତ ମାମଲାରେ ପ୍ରମାଣ ଅଭାବରୁ କଟକ ଜିଲ୍ଲା ଏବଂ ସେସନ୍ସ ଜଜ୍ କୋର୍ଟ ସନ୍ଦିଗ୍ଧ ଆତଙ୍କବାଦୀ ଅଭିଯୁକ୍ତ ଅବଦୁର ରେହମାନକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୂର୍ବରୁ ଜାମସେଦପୁର କୋର୍ଟ ମଧ୍ୟ ନିର୍ଦ୍ଦୋଷ ଘୋଷଣା କରାଯାଇଥିଲା।

ସୂଚନା ଯୋଗ୍ୟ; ୨୦୧୫ରେ ସାଲେପୁର ପଶ୍ଚିମକଚ୍ଛରୁ ଗିରଫ ହୋଇଥିଲେ ଅବଦୁର ରେହମାନ। AQIS ଲିଙ୍କ୍‌ରେ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା ।

Leave a Reply

Your email address will not be published. Required fields are marked *