ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍ । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକରେ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍ । ଏନ୍ଏଚ୍ରେ ୫୦ରୁ ୬୦ ମିଟର ଯାଏଁ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍ । ଭାରସାମ୍ୟ ହରାଇ ଅଟୋ ତଳକୁ ଖସି ଦୋକାନ ଭିତରକୁ ପଶିଗଲା । ଏହି ଦୁର୍ଘଟଣାରେ ଅଟୋରେ ଥିବା ଯାତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଫେରାର ହେବା ବେଳେ ଟ୍ରକ୍ ଜଣେ ବାଇକ୍ ଆରୋହୀଙ୍କୁ ବି ଧକ୍କା ଦେଇଛି । ଏହାପରେ ସ୍ଥାନୀୟ ଲୋକ ଗୋଡାଇ ଗୋଡାଇ ଟ୍ରକ୍କୁ ଧରିବା ପରେ ବେପରୁଆ ଟ୍ରକ୍ ଡ୍ରାଇଭରଙ୍କୁ ପିଟିଥିବା ଦେଖିବାକୁ ମିଳିଛି । Post navigation Pakistan Passenger Train Blast: ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ; ୨୩ ମୃତ Youth Burns While Taking Selfie on Train: ମଞ୍ଚେଶ୍ୱର ଷ୍ଟେସନରେ ଅଘଟଣ; ଟ୍ରେନ୍ରେ ଚଢ଼ି ସେଲ୍ଫି ନେଲା ବେଳେ ଜଳିଗଲେ ଯୁବକ