ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । କାଡା ଡିଭିଜନରେ କାର୍ଯ୍ୟରତ ଜୁନିୟର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଗୁରୁବାର ସକାଳୁ ଏକାସାଥିରେ ଚାରିଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ।

ଭଦ୍ରକ ସମରାଇପୁର ଅଞ୍ଚଳରେ ଥିବା ବିଜୟ ମହାନ୍ତିଙ୍କ ତିନି ମହଲା ବିଶିଷ୍ଟ ଆଲିଶାନ୍ ବାସଭବନ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନରସିଂହଦିଆ ଗାଁରେ ଥିବା ଦୁଇ ମହଲା ଘର, ଭଦ୍ରକ ସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ମାଳିପଡ଼ାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଛି।

Leave a Reply

Your email address will not be published. Required fields are marked *