ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ପ୍ରଭାତ ବିଶ୍ବାଳ । ଦେବାଶିଷଙ୍କ ଅକୃତଜ୍ଞ ଓ ଲାଲବାଗର ଜବାବ ରଖିଛନ୍ତି ପ୍ରଭାତ । ଦଳରୁ ନିଲମ୍ବିତ ହେବା ପରେ ସେ କହିଛନ୍ତି ମୁଁ କ’ଣ ଲୋକେ ଜାଣନ୍ତି, ଦେବାଶିଷ ବାବୁଙ୍କୁ ବି ଜାଣନ୍ତି । ନିଜର ବେପାର କରିବାକୁ ସେ ବିଜୁ ଜନତା ଦଳରେ ମିଶିଛନ୍ତି । ଚିଟ୍‌ଫଣ୍ଡ ଦୁର୍ନୀତିରେ ଦେବାଶିଷଙ୍କର ହାତ ରହିଛି  । ସଂତୃପ୍ତ ମିଶ୍ରଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଦେବାଶିଷଙ୍କ ଚରିତ୍ର ସମସ୍ତେ ଜାଣନ୍ତି । ଭାଇବୋହୂ ଅଧିକ କହିବେ । କୌଣସି ଉଦ୍ଦେଶ୍ୟ ରଖି ମୁଁ କିଛି କହି ନାହିଁ । ମୋ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ହେବା ମୁଁ ଜାଣି ପାରୁନି

ସେ ଆଉ ମଧ୍ୟ କହିଛନ୍ତି, ଦେବାଶିଷ ସାମନ୍ତରାୟଙ୍କ ପାଇଁ ଲାଲ୍ ପିନ୍ଧୁଛି । ଗୁଣ୍ଡା ହୋଇ ସେ ଚାନ୍ଦା ଆଦାୟରେ ଲାଗି ପଡିଛନ୍ତି । ବେଳେ ବେଳେ ସେ କଣ କୁହନ୍ତି, କିଛି ଜାଣି ପାରନ୍ତି ନାହିଁ । ମୋ ବିରୋଧରେ ଚିଟଫଣ୍ଡ ଅଭିଯୋଗ କଲେ, ସିବିଆଇ କିଛି ପାଇଲାନି । ଦଳ ପାଇଁ ଭଲ କାମ କରି ବହିଷ୍କୃତ ହେଲି । ନବୀନ ବାବୁ ଜଣେ ଭଲ ମଣିଷ । କିନ୍ତୁ ପ୍ୟାରୀବାବୁ ଓ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳ ଥିଲେ ।

ଏହା ସହ ମିଡ୍‌ ନାଇଟ୍‌ ଅପରେସନ ପେଡ଼ି ଖୋଲିଛନ୍ତି ପ୍ରଭାତ ବିଶ୍ବାଳ । ସେ ସେଦିନ ରାତି ଓ ପୂର୍ବ କିଛି ଦିନ ଘଟଣାବଳୀ କଥା କହିଲେ । ସେ କହିଛନ୍ତି ମୋତେ ଅତନୁ ସବ୍ୟସାଚୀ ନାୟକ ଘରକୁ ଡାକି ଖାଇବାକୁ ଦେଲେ । ସେତେବେଳକୁ ପ୍ରଣବ ପ୍ରକାଶ ଦାସ, ସାରଦା ନାୟକ ପହଞ୍ଚି ସାରିଥିଲେ। ବିଭୂତି ବଳବନ୍ତରାୟ ଓ ରାଜୁ ବାବୁ ମଧ୍ୟ ପହଞ୍ଚି ସାରିଥିଲେ।  ସେଦିନ କିଏ କାହାକୁ କଣ କହିଥିଲେ ତାହାର ରେକର୍ଡ ମୋ ପାଖରେ ରହିଛି।  ସ୍ବର୍ଗତଃ ପ୍ୟାରୀ ବାବୁ ଓ ତାଙ୍କ ପତ୍ନୀ ଶପଥ କରାଇଥିଲେ ପ୍ରକାଶ ନ କରିବାକୁ । ତେଣୁ ଆଜି ପର୍ଯ୍ୟନ୍ତ ମୁଁ ଚୁପ ରହି ଆସିଥିଲି। ଖଇରିଆ ପୋଷାକ ପିନ୍ଧାଇବା ପାଇଁ ୨ ପୂର୍ବତନ ମନ୍ତ୍ରୀ, ଦେବାଶିଷ ଦାୟୀ। ଅତନୁ ଓ ବବି ଦଳ ପାଇଁ ରାତି ଅନିଦ୍ରା ହୋଇ ନାହାନ୍ତି, ମୁଁ ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲେ । ୩ୟ ସିଟ୍ ପାଇଁ ବରିଷ୍ଠ ନେତା ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୪ର୍ଥ ଆସନ ପାଇଁ ଡଃ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଦଳର ଏହି ଘୋଷଣା ପରେ ବର୍ଷିଥିଲେ ପ୍ରଭାତ ବିଶ୍ୱାଳ । ସେ ପରୋକ୍ଷରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମାଲୋଚନା କରିଥିଲେ । ଏହା ପରେ ନବୀନଙ୍କ ନିର୍ଦ୍ଦେଶ କ୍ରମରେ ତାଙ୍କୁ ଦଳରୁ ବାହାର କରିଥିଲେ ।

Leave a Reply

Your email address will not be published. Required fields are marked *