କେନ୍ଦ୍ର ସରକାର ବିମାନ ଉଡ଼ାଣ କଟକଣା ସହ NOTAM (ନୋଟିସ ଟୁ ଏୟାରମେନ) ଜାରି କରିଛନ୍ତି । ମଧ୍ୟ ପ୍ରାଚ୍ୟର ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଲର୍ଟ ଜାରି କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମାରେ ଉଡ଼ାଣ ସଂସ୍ଥାଗୁଡ଼ିକକୁ ସୁରକ୍ଷା ସହ ଭିନ୍ନ ରୁଟ୍ରେ ଉଡ଼ାଣ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ବିମାନ ଉଡ଼ାଣ ସଂସ୍ଥାଗୁଡ଼ିକକୁ ସେମାନଙ୍କର ଉଡ଼ାଣ ଯୋଜନା ସମ୍ପର୍କରେ ସଠିକ୍ ସୂଚନା ଦେବାକୁ କୁହାଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ, ଭାରତୀୟ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ୨ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ ଇରାନ, ଇରାକ, ଇସ୍ରାଏଲ, ଜୋର୍ଡନ, ଲେବାନନ, ଉପସାଗରୀୟ ରାଷ୍ଟ୍ରର ଆକାଶ ମାର୍ଗ ଏଡାଇବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟପ୍ରାଚ୍ୟରେ ଥିବା ପରିସ୍ଥିତି ଏବଂ ଆନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏକ ବ୍ୟାପକ ସମୀକ୍ଷା କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ, ଭାରତୀୟ ବିମାନବନ୍ଦର ପ୍ରାଧିକରଣ, ବିମାନ କମ୍ପାନୀ, ବିମାନବନ୍ଦର ଅପରେଟର ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଅଂଶୀଦାରମାନଙ୍କ ସହିତ ସାକ୍ଷାତ କରିଥିଲେ । Post navigation BJD Expels Pravat Biswal: ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ