Today is Govinda Dwadashi, Devotees take holy dip in ​​Puri
ଆଜି ମହୋଦଧୀରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ଉତ୍ସବ ପାଳିତ ହେଉଛି । ପୁରୀ ସମୁଦ୍ରତଟରେ ଭକ୍ତମାନେ ବୁଡ ପକାଉଛନ୍ତି । ଏହି ଦିନରେ ସ୍ନାନ କରିଲେ କୋଟି ପୁଣ୍ୟ ମିଳିବାର ବିଶ୍ୱାସ ରହିଛି ।
 
ଫାଲଗୁନ ମାସ ଶୁକ୍ଳପକ୍ଷ ଦ୍ଵାଦଶୀରେ ପଡିଥାଏ ଗୋବିନ୍ଦ ଦ୍ୱାଦଶୀ ସ୍ନାନ । ଗୋବିନ୍ଦ ଦ୍ୱାଦଶୀ ରାମାୟଣ ଓ ପୁରାଣର ଅନୁସାରେ ଶୁଭ ଓ ପବିତ୍ର ଦିନ, ଯେଉଁଥିରେ ଏକାଠି ହେବେ ସବୁ ଦେବତା ।
 
ଆଜି ହଜାର ହଜାର ଶ୍ରଦ୍ଧାଳୁ ସ୍ୱର୍ଗଦ୍ୱାର ସମ୍ମୁଖ ମହୋଦଧୀରେ ସ୍ନାନ କରି ଠାକୁରଙ୍କ କୃପା ଲାଭ କରୁଛନ୍ତି । ଏହି ଦିନରେ, ପୂର୍ବାହ୍ନରେ ସମୁଦ୍ର ସ୍ନାନ, ଦାନ, ଏବଂ ପୂଜା ମାଧ୍ୟମରେ ମନ ଶୁଦ୍ଧ କରାଯାଏ। ସନ୍ଧ୍ୟାରେ ସଂଧ୍ୟା ଆଳତି ଆୟୋଜିତ ହୁଏ ।

By Nirvay

Leave a Reply

Your email address will not be published. Required fields are marked *