gandhamardan-will-be-naxal-free in 1 week
ଆସନ୍ତା ୧ ସପ୍ତାହ ମଧ୍ୟରେ ମାଓମୁକ୍ତ ହେବ ଗନ୍ଧମାର୍ଦ୍ଦନ । ବରଗଡ଼ ଜିଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପାଇଁ ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ପରେ ଓଡ଼ିଶାରେ କମ୍ବିଂ ଅପରେସନ ବନ୍ଦ କରାଯାଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ଖବର ମିଳିଛି ।
 
କହିରଖୁଛୁ ଯେ, ବରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ଛତିଶଗଡ଼ ସୀମାରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପାହାଡ଼ ଦୀର୍ଘଦିନ ଧରି ମାଓବାଦୀଙ୍କ ଗଡ଼ ସାଜିଥିଲା ।
 
ପୂର୍ବରୁ, ଗନ୍ଧମାର୍ଦ୍ଦନକୁ ମାଓବାଦୀମୁକ୍ତ କରାଯିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ ହୋଇ ସାରିଛି ବୋଲି ବରଗଡ଼ ଜିଲ୍ଲା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ସଞ୍ଜୀବ ପଣ୍ଡା କହିଥିଲେ ।
 
ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ସରକାର ଆକର୍ଷଣୀୟ ପଲିସି କରିଛନ୍ତି। ଯେଉଁମାନେ ଆତ୍ମସମର୍ପଣ କରିବେ ସେମାନଙ୍କୁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।
gandhamardan-will-be-naxal-free in 1 week

By Nirvay

Leave a Reply

Your email address will not be published. Required fields are marked *