15 killed, 30 injured in Bolivia Air Force plane crash
ଦକ୍ଷିଣ ଆମେରିକା ଦେଶ ବଲିଭିଆରେ ବଡ଼ ବିମାନ ଦୁର୍ଘଟଣା ଘଟିଛି । ବ୍ୟାଙ୍କ ନୋଟ ନେଇ ଯାଉଥିବା ଏକ ହରକ୍ୟୁଲେସ ବିମାନ ଏଲ ଅଲଟୋ ସହରରେ କ୍ରାସ ହୋଇଯାଇଛି । ବିମାନଟି ଦେଶର ସେଣ୍ଟ୍ରାଲ ବ୍ୟାଙ୍କରୁ ନୂଆ ନୋଟ୍ ଧରି ଅନ୍ୟ ସହରକୁ ଯାଉଥିଲା ।
 
ଖରାପ ପାଗ କାରଣରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବିମାନଟି ଜନଗହଳିପୂର୍ଣ୍ଣ ସ୍ଥାନରେ ଖସିପଡ଼ିଥିଲା । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଅଗ୍ନିିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।
 
ଲୋକଙ୍କୁ ଉଦ୍ଧାର କରିବା ବଦଳରେ ବିଛାଡି ହୋଇ ପଡିଥିବା ନୋଟ୍‌ ଗୋଟାଇବାକୁ ଲୋକ ଧାଁ ଦୌଡ଼ କରୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ।

By Nirvay

Leave a Reply

Your email address will not be published. Required fields are marked *