ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଗୃହରେ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ଆସନ ପରିବର୍ତ୍ତନ ହୋଇଛି । ବିଜୁ ଜନତା ଦଳରୁ ନିଲମ୍ବିତ ହେବା ପରେ ଦୁଇ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ଆସନ ବଦଳି ଯାଇଛି । ପୂର୍ବରୁ ଅରବିନ୍ଦ ମହାପାତ୍ରଙ୍କ ସିଚ୍ ଥିଲା G19 ଏବେ ହେଲା F19। ସେହିପରି ସନାତନଙ୍କ F14ରୁ F21 ହୋଇଛି । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଉଭୟ ବିଧାୟକ ପରିବର୍ତ୍ତିତ ଆସନରେ ବସିଛନ୍ତି । ବିଧାନସଭାର ନିୟମ ମୁତାବକ ବିଜେଡ଼ିରୁ ନିଲମ୍ବିତ ହୋଇଥିବା ଦୁଇ ଜଣ ବିଧାୟକଙ୍କ ଆସନକୁ ବଦଳାଯାଇଛି । ବିଜେଡ଼ିର ସରୋ ବିଧାୟକ ମାଧବ ଧଡ଼ାଙ୍କ ଆସନରେ ସନାତନ ମହାକୁଡ଼ ବସିବେ । ସେହିପରି ଅରବିନ୍ଦଙ୍କ ଆସନ ସୁନିଲ ମହାନ୍ତିଙ୍କ ସହିତ ପରିବର୍ତ୍ତନ କରାଯାଇଛି । ପ୍ରକାଶ ଯୋଗ୍ୟ, ଜାନୁଆରୀ ୧୫ ତାରିଖରେ ଦଳ ବିରୋଧୀ କାର୍ୟ୍ୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରିଥିଲେ । Post navigation Merchant Navy Cadet Missing: କଂପାନୀ କୌଣସି ପ୍ରକାର ସହଯୋଗ କଲାନି କହିଲେ କ୍ୟାଡେଟ ସାର୍ଥକଙ୍କ ମାମୁ Amit Shah To Visit Odisha: ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ