ପୁରୀ ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ । ଏ ନେଇ ସ୍ପଷ୍ଟ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ଭକ୍ତ ନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ୍ ଭଡ଼ା ଦିଆଯାଉଛି । ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ ଆସୁନାହାନ୍ତି । ଯେଉଁମାନେ ଚାରିଚକିଆ ଆଣି ଆସୁଛନ୍ତି ପାର୍କିଂ ଫି ଦିନକୁ ୫ ଶହ ଟଙ୍କା ଦେବେ । ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ । ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ ।

ସୂଚନା ଯୋଗ୍ୟ; ଶ୍ରୀମନ୍ଦିର ଭକ୍ତ ନିବାସରେ ଗାଡ଼ି ପାର୍କିଂ ପାଇଁ ଦୈନିକ ୫୦୦ ଟଙ୍କା ଭଡ଼ା ଆଦାୟ କରାଯାଉଛି । ଏହାକୁ ନେଇ ଅସନ୍ତୋଷ ଦେଖାଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଶୀଳନ କରାଯାଇଥିଲା । ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ ଅଧିକ ଗାଡ଼ି ଆସେ ନାହିଁ । ଦୈନିକ ୪ରୁ ୫ଟି ଗାଡ଼ି ରହୁଛି । ଯଦି ଅନ୍ୟ ହୋଟେଲ୍ ଅନୁସାରେ ଟଙ୍କା ନିଆଯିବ କେହି ପସନ୍ଦ କରିବେ ନାହିଁ । ଯେଉଁମାନେ ନିଜ ଗାଡ଼ିରେ ଆସୁଛନ୍ତି ସେମାନେ ଦୈନିକ ୫୦୦ ଟଙ୍କା ଦେବା ବାଧ୍ୟତା ମୂଳକ । ତେବେ ଭକ୍ତ ଚାହିଁଲେ ନିଜ ଇଚ୍ଛା ଅନୁସାରେ ଅନ୍ୟ ସ୍ଥାନରେ ଗାଡ଼ି ରଖି ଭକ୍ତ ନିବାସରେ ରହିପାରିବେ । କିନ୍ତୁ ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *