ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢ଼ିଲା ଅଡୁଆ । ଭୁବନେଶ୍ବର ସାଇବର ଥାନାରେ ମନ୍ମଥ ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଜେପି ଲିଗାଲ୍ ସେଲ୍ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। କିନ୍ତୁ ଏନେଇ ମନ୍ମଥ ରାଉତରାୟଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଅଭିଯୋଗ ରେ କୁହାଯାଇଛି ବିଜେଡି ନେତା ମନ୍ମଥ ରାଉତରାୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ଅଶାଳୀନ, ଅଭଦ୍ର, ଭିତିହୀନ, ବିଭ୍ରାନ୍ତିକାରୀ ମନ୍ତବ୍ୟ ପୋଷ୍ଟ/ପ୍ରଚାର କରିଛନ୍ତି। ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ କରାଯାଇଥିବା ଏହି ପୋଷ୍ଟଗୁଡ଼ିକ ଜନସାଧାରଣଙ୍କୁ ଭ୍ରମିତ କରିବାରେ ଏବଂ ବିଶୃଙ୍ଖଳା ସୃଷ୍ଟି କରିବାରେ ସକ୍ଷମ। ତେଣୁ ମାନହାନି ଅଭିଯୋଗ ଏବଂ ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ ର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *