ବିଜେଡିର ବହୁ ନେତା ମିଶି ନୂଆ ଦଳ ଗଠନ କରୁଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ସେ କହିଛନ୍ତି ବିଜେଡିର ଏକ ବଡ ଗ୍ରୁପ୍ ମେଳି ବାନ୍ଧିବା ଆରମ୍ଭ ହେଉଛି । ଲୋକ ମତ ଉପରେ ଏବେ ଆମର ଶେଷ ନିଷ୍ପତ୍ତି ନେବାକୁ ଯାଉଛୁ । କାହିଁକି ନା ବିଜେଡି ଆଉ ବିଜୁଙ୍କ ଆଦର୍ଶରେ ନାହିଁ । ସେଥିପାଇଁ ଆମେ ଏକତ୍ରିତ ବାରମ୍ବାର ହେଉଛୁ । ସେ ଆଉ ମଧ୍ୟ କହିଛନ୍ତି ଦଳରେ ବରିଷ୍ଠମାନଙ୍କୁ ଅଣଦେଖା କରାଯାଉଛି। ସେମାନଙ୍କୁ କୌଣସି କମିଟିରେ ରଖାଯାଉନି। ନିର୍ବାଚନ ସମୟରେ ବିଜୁ ବାବୁଙ୍କ ପୋଷ୍ଟର ରଖାଗଲା ନାହିଁ। ଯେଉଁମାନେ ବିଜୁ ଜନତା ଦଳ ଗଢ଼ିଥିଲେ ସେମାନେ ଆଜି ଦଳରେ ନାହାନ୍ତି। ଯେବେଠୁ ବିଜୁ ବାବୁଙ୍କ ଫଟୋକୁ ହଟାଗଲା ସେବେଠୁ ବିଜେଡିର ଅଧୋପତନ ଆରମ୍ଭ ହେଲା। ବିଜେଡି ଆମକୁ ଛାଡି ଦେଇଛି । ସେଥିପାଇଁ ଆମେ ହୋଟେଲରେ ବସି ଆଲୋଚନା କରିବୁ । ନୂଆ ଦଳ ଗଠନ କରିବା ପାଇଁ ଚିନ୍ତା କରିଛୁ । କିନ୍ତୁ ସମୟ କହିବ କେବେ ହେବ । ଭୂପିନ୍ଦର ସିଂ କହିଛନ୍ତି ବିଜୁ ପଟ୍ଟନାୟକଙ୍କୁ ହଟାଯିବା ପରଠୁ ବିଜେଡିର ପରାଜୟ ଆରମ୍ଭ ହୋଇଛି। ବିଜୁଙ୍କୁ ଛାଡ଼ି ବିଜେଡିର ପରିକଳ୍ପନା ଅସମ୍ଭବ । ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି। ଯେଉଁ ବିଜୁ ବାବୁଙ୍କ ଆଦର୍ଶରେ ଦଳ ଗଢ଼ାଯାଇଥିଲା, ଆଉ ସେହି ଆଦର୍ଶ ନାହିଁ। ଦଳରେ କେହି ବିଜୁ ଲୟାଲିଷ୍ଟ ନାହାନ୍ତି କି ନବୀନଙ୍କ ଲୟାଲିଷ୍ଟ ନାହାନ୍ତି। କିଛି ହାରୁ ନେତା ଏବେ ଦଳକୁ ଚଳାଉଛନ୍ତି। ସେମାନେ ଭାବୁଛନ୍ତି, ପୁଣି ବିଜେଡି ଶାସନ କ୍ଷମତାକୁ ଆସିବ। ଯେଉଁମାନେ ବିଜୁ ବାବୁଙ୍କ ଅନୁଗାମୀ ଥିଲେ ସୋନେ ଆଜି ବିଜେଡିରେ ନାହାନ୍ତି। ବିଜେଡିକୁ ଏବେ ବ୍ୟୁରୋକ୍ରାଟମାନେ ଚଳାଉଥିବା କଥା ସମସ୍ତଙ୍କୁ ଜଣା । ସୂଚନା ଯୋଗ୍ୟ; ଆଜି ବିଜେଡିର ସିନିୟର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଦେବାଶିଷ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଦେବାଶିଷ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ଦଳ ଉପରେ ଅସନ୍ତୋଷ ଥିଲେ। ତେବେ ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡ଼ିଥିବା ଇସ୍ତଫାପତ୍ରରେ ଦେବାଶିଷ ଉଲ୍ଲେଖ କରିଛନ୍ତି । Post navigation Weather Alert: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ନାହିଁ ବର୍ଷା ଭୟ: ମନୋରମା ମହାନ୍ତି Employees Rally In Delhi: ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ କର୍ମଚାରୀ ସମାବେଶ; ପୁରୁଣା ପେନସନ ଲାଗୁ ପାଇଁ ଦାବି